ଏକମାସ ପୂର୍ବେ ନର୍ସଙ୍କ ଭୁଲ ଯୋଗୁଁ ଶିଶୁ ଶରୀରରେ ରହିଯାଇଥିବା ଭଙ୍ଗା ଛୁଞ୍ଚି ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ବାହାରିଲା sambad.in

sambad.in

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକ୍‌ ଅନ୍ତର୍ଗତ ମାଧାପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ଶିଶୁର ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ଭଙ୍ଗା ଛୁଞ୍ଚି ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏକମାସ ପୂର୍ବେ ଜଣେ ନର୍ସ ଉକ୍ତ ଶିଶୁକୁ ଇନ୍‌ଜେକ୍‌ସନ୍‌ ଦେଉଥିବା ବେଳେ ଶିଶୁଟି ଶରୀରରେ ଏହି ଛୁଞ୍ଚି ଭାଙ୍ଗି ରହି ଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ମୋହନଖଲି ଗ୍ରାମରେ ସୀତାକାନ୍ତା ପଣ୍ଡାଙ୍କ ପୁତ୍ର ସ୍ୱୟମଜିତ ପଣ୍ଡା (୩)ଙ୍କୁ ଜ୍ୱର ହୋଇଥିଲା। ତେଣୁ ଚିକିତ୍ସା ପାଇଁ ତାକୁ ଏକମାସ ପୂର୍ବେ ସିଏଚସି ଅଣାଯାଇଥିଲା। ସେଠାରେ ଡିୟୁଟିରେ ଥିବା ଜଣେ ନର୍ସ ଶିଶୁକୁ ଇନ୍‌ଜେକ୍‌ସନ୍‌ ଦେଇଥିଲେ। ଏହି ସମୟରେ ଇନ୍‌ଜେକ୍‌ସନ୍‌ର ଛୁଞ୍ଚି ଭାଙ୍ଗି ଯାଇଥିଲ। ଭଙ୍ଗା ଛୁଞ୍ଚିଟି ଶିଶୁଟି ଶରୀରରେ ହିଁ ରହି ଯାଇଥିଲା ବୋଲି ଶିଶୁର ପିତା ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କ ଏକ ଟିମ୍‌ ଆଜି ଏହି ଭଙ୍ଗା ଛୁଞ୍ଚିକୁ ଶିଶୁର ଶରୀରର ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ବାହର କରି ଦେଇଛନ୍ତି। ଆଗାମୀ ଯାଞ୍ଚ ପାଇଁ ଶିଶୁକୁ ଜିଲ୍ଲା ମୁଖ୍ୟାଳୟ ହସ୍‌ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି।





Source link

Latest Govt Job & Exam Updates:

View Full List ...