ନଭେମ୍ବର ପହିଲାରୁ ଧାନ ସଂଗ୍ରହ, ୧୧ ଲକ୍ଷ ୫୬ ହଜାର ୧୩୦ ଚାଷୀ ପଞ୍ଜୀକୃତ sambad.in

sambad.in

ଭୁବନେଶ୍ୱର: ଆଗାମୀ ନଭେମ୍ବର ୧ ତାରିଖରୁ ଖରିଫ ଚାଷର ଧାନ ସଂଗ୍ରହ କରାଯିବ। ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଶେଷ ହୋଇଛି। ଚଳିତ ଖରିଫ ଋତୁରେ ମୋଟ ୧୧ ଲକ୍ଷ ୫୬ ହଜାର ୧୩୦ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଚଳିତ ମାସ ୨୨ରୁ ୨୯ ତାରିଖ ଯାଏଁ ସବୁ ଜିଲ୍ଲାରେ ଚାଷୀ ଅଭିଯୋଗ ଶୁଣାଣି ହେବ। ଶୁଣାଣିରେ ଚାଷୀ ସଂଗଠନ ଓ ଚାଷୀଙ୍କର ଅଭିଯୋଗ ସଂପର୍କିତ ସମସ୍ୟାର ସମାଧାନ ହେବ।

ରାଜ୍ୟରେ ପିିଆଜ ଦର ବୃଦ୍ଧି ଘଟିଛି। ମାସକ ପୂର୍ବରୁ ପିଆଜ କିଲୋ ୨୪ ଟଙ୍କା ଥିବା ବେଳେ ଏବେ ତାହା ୪୦ ଟଙ୍କାରେ ପହଞ୍ଚିଛି। ପିଆଜ ଦର ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ପିଆଜ ଦର ଉପରେ ନଜର ରଖିଛନ୍ତି। ମହାରାଷ୍ଟ୍ରରେ ନାସିକ ଅଞ୍ଚଳରେ ବନ୍ୟା ଯୋଗୁଁ ଓଡ଼ିଶାରେ ପିଆଜ ଦର ବୃଦ୍ଧି ଘଟିଛି। ଏହା ଏକ ସାମୟିକ ସମସ୍ୟା। ଏହାର ସମାଧାନ ହେବ।





Source link

Latest Govt Job & Exam Updates:

View Full List ...