ନିରବଚ୍ଛିନ୍ନ ବର୍ଷା ଯୋଗୁଁ ୬ଟି ଜିଲ୍ଲାର ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ sambad.in

sambad.in

ଭୁବନେଶ୍ୱର: ବୁଧବାର ଠାରୁ ଲାଗି ରହିଥିବା ଅତି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛନ୍ତି।

ମୁଷଳଧାରାରେ ବୃଷ୍ଟିପାତ ହୋଇ ଚାରିଆଡ଼ ଜଳମଗ୍ନ ହୋଇ ପଡ଼ିଥିବା କାରଣରୁ କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଦିନକ ପାଇଁ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

କିନ୍ତୁ ଶିକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ସ୍କୁଲ୍‌କୁ ଆସିବାକୁ କୁହାଯାଇଛି।





Source link

Latest Govt Job & Exam Updates:

View Full List ...