ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ sambad.in

sambad.in

ନୂଆଦିଲ୍ଲୀ: ୨୦୧୯ ଲାଗି ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଅଭିଜିତ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟିଥିବା ଜଣାଯାଇଛି। ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି।

ନୋବେଲ ପାଇବାକୁ ମନୋନୀତ ହେବାପରେ ଅଭିଜିତ ବାନାର୍ଜୀ ପ୍ରଥମ ଥର ଭାରତ ଆସିଛନ୍ତି।ଆଜି ସେ କୋଲକାତା ଯିବେ ଏବଂ ସେଠାରେ ରହୁଥିବା ତାଙ୍କ ମା’ଙ୍କୁ ସାକ୍ଷାତ କରିବେ। ଅଭିଜିତ ବାନାର୍ଜୀ କୋଲକାତାରେ ଦୁଇ ଦିନ ରହିବେ ବୋଲି ଜଣାଯାଇଛି।

image source-oneindia

ସୂଚନାଯୋଗ୍ୟ ଗତ ଲୋକସଭା ନିର୍ବାଚନ ସମୟରେ ସେ କଂଗ୍ରେସ ପାଇଁ ନ୍ୟାୟ ଯୋଜନା ପ୍ରସ୍ତୁତ କରୁଥିଲେ, ଯାହା ଅବଶ୍ୟ କଂଗ୍ରେସକୁ ବିଜୟୀ ହେବାରେ ସହାୟକ ହୋଇ ନଥିଲା। ଏସଂପର୍କରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ବି କହିଥିଲେ ଯେ ଅଭିଜିତ ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ । କଂଗ୍ରେସ ପାଇଁ ନ୍ୟାୟ ଯୋଜନା ପ୍ରସ୍ତୁତିରେ ସହାୟତା କରିଥଲେ ବି ତାଙ୍କର ବିଚାରଧାରାକୁ ଭାରତବାସୀ ପ୍ରତ୍ୟାଖ୍ୟାନ କରିଥିଲେ।





Source link

Latest Govt Job & Exam Updates:

View Full List ...